ନିୟମ ଉଲଙ୍ଘନ କରି ପୁଣି ଗୁଣ୍ଡାଗିରି: ଟ୍ରାଫିକ୍ ପୋଲିସ୍ ରୋକିବାରୁ ପୋଲିସ ଯବାନକୁ ବନେଟ୍‌ରେ ଘୋଷାଡ଼ି ନେଇଗଲା କାର୍ ଚାଳକ

Published By : Prameya-News7 Bureau | October 27, 2020 IST

ଜବଲପୁର ୨୭/୧୦ : ମଧ୍ୟ ପ୍ରଦେଶ ଜବଲପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜବଲପୁରରେ ଯାତାୟାତ ନିୟମ ଉଲଙ୍ଘନ କରିବାରୁ ଜଣେ କାର୍ ଚାଳକଙ୍କୁ ଟ୍ରାଫିକ୍ ପୋଲିସର ଜଣେ ଯବାନ ରୋକିବାକୁ ଚେଷ୍ଟା କରିଥିଲେ। କାର ଚାଳକ ଗାଡି ଅଟକାଇବା ଛାଡି ଟ୍ରାଫିକ୍ ପୋଲିସ୍ ଯବାନଙ୍କୁ ବନେଟରେ ଘୋଷାଡ଼ି ଆଗକୁ ନେଇଯାଇଥିଲେ। କିଛି ଦୂର ଯିବାପରେ ଭିଡ ଯୋଗୁଁ ଗାଡି ଅଟକାଇଥିଲେ। ଘଟଣା ପରେ କାର୍ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଜବଲପୁରରେ ଗତ ସୋମବାର ଦିନ ଏହି ଘଟଣା ଘଟିଥିଲା। ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଭିଡ ସ୍ଥାନରେ ଏକ ଧଳା କାରକୁ ଟ୍ରାଫିକ ପୋଲିସ ରୋକିବାକୁ ଚେଷ୍ଟା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଟ୍ରାଫିକ୍ ପୋଲିସକୁ କାର୍ ଚାଳକ ନିଜ କାର୍ ବନେଟରେ ଘୋଷାଡ଼ି ନେଇଥିବା ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି। ଅଭିଯୁକ୍ତ କାର୍ ଚାଳକ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି।

ମଧ୍ୟ ପ୍ରଦେଶରେ ବିଧାନସଭା ଉପ ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ଏହି ସମୟରେ ବିଭିନ୍ନ ସ୍ଥାନରେ ବିଭିନ୍ନ ଦଳର କର୍ମୀଙ୍କ ଗୁଣ୍ଡାଗିରି ଓ ନିୟମ ଉଲଙ୍ଘନ ମାମଲା ସାମ୍ନାକୁ ଆସୁଛି। ଜବଲପୁରରେ ଟ୍ରାଫିକ୍ ପୋଲିସ ସହ ହୋଇଥିବା ଏହି ନିନ୍ଦନୀୟ ଘଟଣାକୁ ମଧ୍ୟ ନିର୍ବାଚନ ସହ ଯୋଡାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.