ପୁରୁଷମାନେ ଏହି ୫ଟି ଜିନିଷ କଲେ ୫୦ବର୍ଷ ବୟସରେ ମଧ୍ୟ ଦେଖାଯିବେ ଯୁବକ : ଜାଣନ୍ତୁ କ’ଣ

Published By : Prameya-News7 Bureau | April 27, 2019 IST

ଆଜି ଆମେ ସୁସ୍ଥ ରହିବା ପାଇଁ କେତେକ ଟିପ୍ସ ଦେବାକୁ ଯାଉଛୁ। ଯେଉଁ ଟିପ୍ସ ଅବଲମ୍ବନ କରି ଆପଣ ଦୀର୍ଘଦିନ ଯାଏଁ ଯୈାବନ ପ୍ରାପ୍ତି କରି ପାରିବେ। ଆଜିକାଲି ମାନସିକ ଚାପଗ୍ରସ୍ତ ଜୀବନ ଯୋଗୁଁ ମନୁଷ୍ୟର ସ୍ବାସ୍ଥ୍ୟ ଦିନକୁ ଦିନ ଖରାପ ହୋଇଯାଉଛି। ଆମ ଅନିୟମିତ ଜୀବନଚର୍ଯ୍ୟା ଯୋଗୁଁ ବିଭିନ୍ନ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟା ହେଉଛି। ଯଦି ଆମେ ଏହି ସବୁ ଉପାୟ ଅବଲମ୍ବନ କରିବା ତେବେ ଏହି ସବୁ ସମସ୍ୟାରୁ ଆମେ ମୁକ୍ତି ପାଇପାରିବା। ଆମ ଶରୀରରେ ଦୀର୍ଘ ସମୟ ଯାଏଁ ଶକ୍ତି ରହିବ।

{"id":108040,"width":595,"height":298}

୧.ଚିନ୍ତାମୁକ୍ତ ଜୀବନଶୈଳୀ : ଚିନ୍ତାର ସିଧାସଳଖ ପ୍ରଭାବ ଆମ ଶରୀର ଉପରେ ପଡ଼ିଥାଏ। ଆମେ ଚିନ୍ତା କରିଥାଉ ଏହାର ବିପରୀତ ପ୍ରଭାବ ଆମ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ। ମାନସିକ ଚାପ ଫଳରେ ରକ୍ତଚାପ ଭଳି ରୋଗ ଆମ ଶରୀରକୁ ଗ୍ରାସ କରିଥାଏ। ଏଥିପାଇଁ ଚିନ୍ତାମୁକ୍ତ ରୁହନ୍ତୁ।

{"id":108041,"width":595,"height":320}

୨.ନିୟମିତ ବ୍ୟାୟାମ : ପ୍ରତିଦିନ ସକାଳେ ଅଧ ଘଣ୍ଟା ଚାଲିବା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଏହା ଯେକୈାଣସି ବ୍ୟାୟାମ ତୁଳନାରେ ଆପଣଙ୍କୁ ଅଧିକ ସୁସ୍ଥ ରଖିବ।

{"id":108042,"width":595,"height":446}

୩.ପର୍ଯ୍ୟାପ୍ତ ନିଦ:ଆଜିକାଲି ଲୋକେ ପର୍ଯ୍ୟାପ୍ତ ନିଦ ଅଭାବରୁ ମାନସିକ ରୋଗ ଏବଂ ବୃଦ୍ଧାବସ୍ଥାର ଶିକାର ହେଉଛନ୍ତି। ପ୍ରତିଦିନ ୬ରୁ ୭ଘଣ୍ଟା ଶୁଅନ୍ତୁ।

{"id":108044,"width":594,"height":297}

୪.ସନ୍ତୁଳିତ ଆହାର: ବୃଦ୍ଧାବସ୍ଥାଠୁ ମୁକ୍ତି ପାଇବା ପାଇଁ ଆହାରର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି। ଆବଶ୍ୟକତାଠୁ ଅଧିକ ଖାଦ୍ୟ ଖାଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ରାତ୍ରିର ଖାଦ୍ୟ ୭ଟା ବେଳେ ଖାଇନେବା ଉଚିତ୍।

{"id":108045,"width":596,"height":364}

୫.କେମିକାଲ ଥେରାପି: ପୁରୁଷମାନେ ବୃଦ୍ଧାବସ୍ଥାକୁ ଦୂର କରିବା ପାଇଁ ଏଲୋବେରା ଏବଂ ଅଁଳା ସେବନ କରନ୍ତୁ। ଏଲୋବେରା ଜୁସ୍ ସର୍ବଗୁଣ ସମ୍ପନ୍ନ ହୋଇଥାଏ। ଏଲୋବେରା ଜେଲ ସେବନ କରିବା ଦ୍ବାରା ମନୁଷ୍ୟର ପାଚନ ପ୍ରଣାଳୀ ଉନ୍ନତ ହୋଇଥାଏ। ଏଲୋବେରା ଜୁସରେ ଆଣ୍ଟି ଏଜିଙ୍ଗ୍ ଗୁଣ ରହିଥାଏ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.