ନିଆଁରେ ପୋଡି ହୋଇ ଯୁବକ ମୃତ

Published By : Prameya-News7 Bureau | March 04, 2019 IST

ଭଦ୍ରକ ୪|୩ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ସୋହଡା ପଞ୍ଚାୟତ ଦଶନ୍ଧିକୁଳ ଗାଁରେ ଏକ ଇଟାଭାଟିରେ କାମ କରୁଥିବା ଯୁବକଙ୍କର ନିଆଁରେ ପୋଡିହୋଇ ମୃତ୍ୟୁ ହୋଇଛି ।  ଇଟାଭାଟିରେ ୫ ଜଣ ଲୋକ କାମ କରୁଥିଲେ । ଇଟାଭାଟି ପାଖରେ ଏକ ପଲା ମାରି ରହୁଥିଲେ । ସେହି ପଲାରେ ବିଳମ୍ବିତ ରାତିରେ  ନିଆଁ ଲାଗିଯାଇଥିଲା । ୪ଜଣ  ପଲାରୁ ଜୀବନ ବଞ୍ଚାଇ  ବାହାରି ଯାଇଥିଲେ । ନଦିଗାର ବାବୁନି ଗୋଛୟତ ଉକ୍ତ ପଲାରେ ରହି ପୋଡିଯାଇଥିଲା ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା l ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକ ସନ୍ଦେହ କରୁଛନ୍ତି । ଉକ୍ତ ୪ଜଣଙ୍କୁ ଅଟକ ରଖି ଧାମନଗର ପୋଲିସ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.