ବୌଦ୍ଧ ତିଳେଶ୍ୱରରେ ନାଳରେ ବୁଡି ଜଣେ ମୃତ
30/09/2018 at 3:45 PM

ବୌଦ୍ଧ ୩୦/୯ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ତିଳେଶ୍ୱର ଲଷ୍ମୀ ନାଳରେ ବୁଡି ଜଣକର ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ଜୟକୃଷ୍ଣ ରାଉତ ଘର ନୟାଗଡ଼ ଜିଲ୍ଲା କଣ୍ଟିଲୋର ବୋଲି ଜଣା ପଡିଛି । ସେ କିଛିଦିନ ହେବ ଏ ଅଞ୍ଚଳରେ ଦହିବରା ବେପାର କରୁଥିଲେ ସେ ଆଜି ସକାଳୁ ନାଳକୁ ଗାଧେଇବା ପାଇଁ ନାଳକୁ ଯାଇଥିବା ବେଳେ ଗୋଡ଼ ଖସି ଭାସି ଯାଇଥିଲେ । ପରେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ।