ଇୟରଫୋନ ଲଗାଇ ବାଇକ୍ ଚଲାଉଥିବାବେଳେ ଧକ୍କା ଦେଲା ଟ୍ରକ୍ : ପତ୍ନୀଙ୍କୁ ଭିଡିଓ କଲ୍ କରି ଆଖି ବୁଜିଲେ ଯୁବକ

Published By : Prameya-News7 Bureau | June 02, 2019 IST

ପାଟନା ୨/୬: ବେଗୁସରାଇର ଜାତୀୟ ରାଜପଥ-୨୮ରେ ଇୟରଫୋନ୍ ଲଗାଇ ବାଇକ୍ ଚଲାଉଥିବା ଯୁବକକୁ ଟ୍ରକ୍ ଧକ୍କା ଦେଇଛି। ଫଳରେ ସେ ରାସ୍ତାରେ ପଡ଼ିଯିବାରୁ ଟ୍ରକଟି ତାଙ୍କ ଗୋଡ଼ ଉପରେ ଚଢ଼ିଯିବାରୁ ତାଙ୍କ ଗୋଟିଏ ଗୋଡ଼ କଟିଯାଇଥିଲା। ଏହାପରେ ସେ ତାଙ୍କ ପତ୍ନୀଙ୍କୁ ଭିଡିଓ କଲ୍ କରି ନିଜ ଅବସ୍ଥା ଦେଖାଇଥିଲେ ଏବଂ ଏହାପରେ ମୃତ୍ୟୁ ବରଣ କରିଥିଲେ।


ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ,ଯୁବକ ଜଣକ କାନରେ ଇୟରଫୋନ୍ ଲଗାଇଥିବାରୁ ତାଙ୍କୁ ଟ୍ରକ୍ ଆସୁଥିବାର ଶବ୍ଦ ଶୁଣାଯାଇନଥିଲା। ଦୁର୍ଘଟଣା ପରେ ଯୁବକ ଜଣକ ବେହୋସ୍ ହୋଇଯିବା ପରେ ପୋଲିସ୍ ତାଙ୍କୁ ବେଗୁସରାଇ ସ୍ଥିତ ହସ୍ପିଟାଲକୁ ନେଇ ଯାଇଥିଲେ। କିନ୍ତୁ ତାଙ୍କୁ ବଞ୍ଚା ଯାଇ ପାରିନଥିଲା।


ଯୁବକଙ୍କ ନାଁ ରାଜାରାମ ପଣ୍ଡିତ ବୋଲି ସୂଚନା ମିଳିଛି। ରାଜାରାମ ନିଜର ଶଳାଙ୍କ ଶ୍ରାଦ୍ଧକର୍ମରେ ସାମିଲ ହେବାକୁ ଶ୍ବଶୁର ଘରକୁ ଯାଉଥିଲେ। ଘଟଣାସ୍ଥଳରେ ପହଞ୍ଚିଥିବା ପରିବାର ସଦସ୍ୟ କହିଥିଲେ ଯେ ରାଜାରାମଙ୍କ ବିବାହ ୩ବର୍ଷ ପୂର୍ବରୁ ହୋଇଥିଲା। ତାଙ୍କର ଗୋଟିଏ ୭ମାସର ଝିଅ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.