ଟିକ୍‌ଟକ୍ ଭିଡିଓରୁ ଗଲା ଜୀବନ : ତଣ୍ଟି ବାଟେ ପଶିଗଲା ଜୀଅନ୍ତା ମାଛ

Published By : Prameya-News7 Bureau | June 15, 2020 IST

ହୋସୁର ୧୫/୬: ଟିକ୍‌ଟକ୍‌ ଭିଡିଓ କରିବା ଚକ୍କରରେ ଅନେକ ଯୁବବର୍ଗଙ୍କ ଜୀବନ ଯାଇ ସାରିଛି କିନ୍ତୁ ଲୋକେ ତଥାପି କିଛି ଶିଖୁନାହାନ୍ତି। ବେଙ୍ଗାଲୁରୁରେ ଜଣେ ୨୨ବର୍ଷ ବୟସର ଯୁବକ ଟିକ୍‌ଟକ୍‌ ବନାଉଥିବାବେଳେ ଜୀବିତ ମାଛ ଗିଳିଦେବା ଫଳରେ ମୃତ୍ୟୁବରଣ କରିଛନ୍ତି।

ତାମିଲନାଡ଼ୁର ହୋସୁରରେ ଜଣେ ଯୁବକ ପୋଖରୀରୁ ମାଛ ଧରିବାକୁ ଯାଇଥିଲେ। ସେ ସେଠାରେ ଜୀବିତ ମାଛକୁ ଗିଳିବାର ଟିକ୍‌ଟକ୍ ଭିଡିଓ କରିଥିଲେ। ଏହି ସମୟରେ ମାଛଟି ଯୁବକଙ୍କ ଗଳାରେ ଫସି ଯାଇଥିଲା।

ଯୁବକଙ୍କୁ ନିଃଶ୍ବାସ ନେବାକୁ ସମସ୍ୟା ହେବାରୁ ତାଙ୍କ ସାଙ୍ଗମାନେ ତାଙ୍କୁ ପଛପଟେ ଶୁଆଇ ବଳ ଚାପିଥିଲେ ମଧ୍ୟ କୌଣସି ଫାଇଦା ହୋଇନଥିଲା।

ଏହା ପରେ ତାଙ୍କ ସାଙ୍ଗମାନେ ତାଙ୍କୁ ଏକ ସରକାରୀ ହସ୍ପିଟାଲକୁ ନେଇଯାଇଥିଲେ ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ସୂଚନା ଅନୁସାୟୀ ଭିଡିଓ କରିବା ପୂର୍ବରୁ ଯୁବକ ତାଙ୍କ ସାଙ୍ଗଙ୍କ ସହ ମିଶି ମଦ୍ୟପାନ କରିଥିଲେ।

ପୋଲିସ୍ ଏହି ମାମଲାରେ ଅପମୃତ୍ୟୁ ମାମଲା ରୁଜୁ କରି ତାଙ୍କ ସାଙ୍ଗମାନଙ୍କୁ ଅଟକ ରଖିଛି। ମୃତ ଯୁବକ ଜଣକ ଟିକଟକ୍ ଷ୍ଟାର ଥିଲେ ଏବଂ ଲୋକଙ୍କ ଧ୍ୟାନ ଆକର୍ଷଣ କରିବାକୁ ଜୀବିତ ମାଛକୁ ଗିଳିବାକୁ ଉଦ୍ୟମ କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.