ଚଳନ୍ତା ଟ୍ରେନରେ ଚଢିବାକୁ ଉଦ୍ୟମ ବେଳେ ତଳେ ପଡି ଯାତ୍ରୀଙ୍କ ମୃତ୍ୟୁ

Published By : Prameya-News7 Bureau | November 19, 2019 IST

ଝାରସୁଗୁଡା ୧୯।୧୧: ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କଲାବେଳେ ତଳେ ପଡି ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଆଜି ଝାରସୁଗୁଡା ରୋଡ଼ ରେଳ ଷ୍ଟେସନରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଛତିଶଗଡ ଅଞ୍ଚଳର ଜଣେ ଯୁବକ ସଂଜୟ କର ରାଉରକେଲାରୁ ସମ୍ବଲପୁର ଯାଉଥିବା ଡିଏମୟୁ ଟ୍ରେନ ଛାଡିବା ପରେ ଚଳନ୍ତା ଟ୍ରେନରେ ଚଢିବା ସମୟରେ ଗୋଡ ଖସିଯିବାରୁ ରେଳ ଧାରଣାରେ ପଡି ଯାଇଥିଲେ । ତାଙ୍କର ଦୁଇ ଗୋଡ଼ କଟି ଯାଇଥିଲା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସେଠାରେ ଉପସ୍ଥିତ ରେଳ କର୍ମଚାରୀ ଓ ସ୍ଥାନୀୟ ଲୋକମାନେ ଆହତ ଯୁବକଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସଂଜୟଙ୍କ ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.