Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ପିସ୍ତଲ୍ ସହ ସେଲ୍‌ଫି ନେଲା ପଡିଲା ମହଙ୍ଗା: ଗୁଳି ବାଜି ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ

8/11/2020 at 11:59 AM

ନୋଏଡା ୦୮/୧୧ : ଗୁଳି ଭର୍ତ୍ତି ପିସ୍ତଲ ସହ ସେଲଫି ନେବା ପଡିଲା ମହଙ୍ଗା। ସେଲଫି ନେବା ସମୟରେ ପିସ୍ତଲରୁ ଗୁଳି ଯୁବକଙ୍କୁ ବାଜିଥିଲା। ଦୁର୍ଘଟଣା ସମୟରେ ଯୁବକଙ୍କ ସାଥି କାର ଚଲାଉଥିଲେ। ସେ ତୁରନ୍ତ ଯୁବକଙ୍କୁ ନେଇ ଗ୍ରେଟର ନୋଏଡା ଶାରଦା ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଚେଷ୍ଟା ସତ୍ତ୍ୱେ ଯୁବକଙ୍କ ଜୀବନ ଚାଲିଗଲା। ପୋଲିସ ମୃତ ଯୁବକଙ୍କ ସାଥିଙ୍କୁ ପଚରାଉଚୁରା କରୁଛି। ପୋଲିସ ମୃତକଙ୍କ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ମାମଲାର ତଦନ୍ତ ଆରମ୍ଭ କରିଛି। ମାମଲାରେ ବ୍ୟବହାର ହୋଇଥିବା ପିସ୍ତଲ୍ ଓ କାରର ଫରେନସିକ ଯାଞ୍ଚ ହେଉଛି।

ସୂଚନା ଅନୁଯାୟୀ, ମୃତକ ହେଲେ ୨୨ ବର୍ଷ ବୟସ୍କ ସୌରଭ ମାବୀ। ତାଙ୍କ ଘର ଗ୍ରେଟର୍ ନୋଏଡା ବାଦଲପୁରରେ। ସୌରଭ ନିଜ ସାଥି ନକୁଳ ଶର୍ମା ସହ ବିଶାରଖ ଥାନା ଅନ୍ତର୍ଗତ ପତବାଡି ଗାଁକୁ ନିଜର ଜଣେ ବନ୍ଧୁ ସଚିନଙ୍କୁ ଦେଖା କରିବାକୁ ଯାଉଥିଲେ। କାର୍ ଏସିଇ ଛକରେ ପହଞ୍ଚିବା ପରେ ସୌରଭ ପିସ୍ତଲ ବାହାର କରି ଖେଳିଥିଲେ ଓ ମୋବାଇଲରୁ ସେଲଫି ନେଇଥିଲେ। ସେ ଭାବୁଥିଲେ ପିସ୍ତଲରେ ଗୁଳି ନାହିଁ, ଖାଲି ଅଛି। କିନ୍ତୁ ପିସ୍ତଲରେ ଗୁଳି ଭର୍ତ୍ତି ଥିଲା। ସେ ଟ୍ରିଗର୍ ଚାପିବା କ୍ଷଣି ଗୁଳି ବାଜିଗଲା ଓ ଗୁଳି ସିଧା ସୌରଭଙ୍କୁ ବାଜିଥିଲା। ତାଙ୍କ ସାଙ୍ଗ ନକୁଳ ସୌରଭଙ୍କୁ ସିଧା ନେଇ ସାରଦା ହସ୍ପିଟାଲ ଚାଲିଗଲେ। କିନ୍ତୁ ସେତେବେଳେ ବହୁତ ବିଳମ୍ବ ହୋଇସାରିଥିଲା। ଡାକ୍ତର ସୌରଭଙ୍କୁ ମୃତ ଘୋଷଣା କରିଥିଲେ। 

ନୋଏଡା ସେଣ୍ଟ୍ରାଲ ଡିସିପି ହରିଶ୍ଚନ୍ଦ୍ର କହିଛନ୍ତି ଯେ, ସୌରଭଙ୍କ ସାଙ୍ଗ ନକୁଳ ଏ ସମ୍ପର୍କରେ ବିଶରଖ ଥାନା ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ନକୁଳକୁ ହେପାଜତକୁ ନେଇ ପଚରାଉଚୁରା କରୁଛି। ଯେଉଁ ପିସ୍ତଲରୁ ସୌରଭଙ୍କ ମୃତ୍ୟୁ ହୋଇଛି ସେହି ପିସ୍ତଲ ଲାଇସେନ୍ସ ପ୍ରାପ୍ତ ନା ନୁହେଁ ପୋଲିସ ତାହା ତଦନ୍ତ କରୁଛି। ପୋଲିସ ପିସ୍ତଲ ଓ କାରର ଫରେନସିକ୍ ଯାଞ୍ଚ କରୁଛି।

   Related Posts