ପାରାଦ୍ୱୀପରେ ଅଘଟଣ, ସମୁଦ୍ରରେ ଗାଧୋଇବା ବେଳେ ଢେଉରେ ଭାସିଯାଇ ଯୁବକ ମୃତ

Published By : Prameya-News7 Bureau | September 17, 2021 IST

ପାରାଦୀପ, ୧୭/୦୯: ପାରାଦୀପ ପାଖ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ ଘଟିଛି । ସମୁଦ୍ରର ଢ଼େଉରେ ଭାସି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୄତକଙ୍କ ନାମ  ବିବେକ୍ କୁମାର ହୋଇଥିବା ବେଳେ ତାଙ୍କୁ ୨୨ ବର୍ଷ ବୟସ ହୋଇଥିବା ଜଣାପଡ଼ିଛି । ବିବେକ୍‌ଙ୍କ ଘର ବିହାରର ମୁଜାଫରପୁର ହୋଇଥିବା ତାଙ୍କ ପରିଚୟ ପତ୍ରରୁ ଜଣିବାକୁ ମିଳିଛି । ବିବେକଙ୍କ ସହିତ ୯ ଜଣ ସମୁଦ୍ରରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଥିଲା । ପାରାଦୀପ ମେରାଇନ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.