Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ବାରଂଗରେ ଯୁବକଙ୍କ ଉପରକୁ ୩ରାଉଣ୍ଡ ଗୁଳି ଚଳାଇଲେ ଦୁର୍ବୁର୍ତ୍ତ; ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ

25/11/2018 at 9:09 PM

ବିଶ୍ବ କପ୍ ହକି ପାଇଁ ଆୟେ।ଜନ ଜେ।ର ଧରିଥିବା ବେଳେ ରାଜଧାନୀରେ ଫୁଟିଛି ଗୁଳି । ରବିବାର ଦିନ ଦିପହରେ ବାରଙ୍ଗ ଗେ।ଡିସାହି ଫାଣ୍ଡି ନିକଟରେ ଜଣେ ଯୁବକଙ୍କୁ ଗୁଳି କରିଛନ୍ତି ୨ଜଣ ଦୁର୍ବୃତ୍ତ । କଟକ ବଡ ଡାକ୍ତରଖାନାରେ ଯୁବକଙ୍କ ମୃତ୍ୟୁ ହୋଇଛି । ଗୁଳିକାଣ୍ଡର କାରଣ ଜଣାପଡିନଥିବା ବେଳେ ତନାଘନା ଚଳାଇଛନ୍ତି କଟକ ଡିସିପି ।

ରବିବାର ସକାଳ ସାଢେ ୧୦ଟା । ଗୁଳି ଶବ୍ଦରେ ସ୍ତବ୍ଧ ହୋଇଗଲା ଜନଗହଳିପୂର୍ଣ୍ଣ ବାରଙ୍ଗ ଗୋଡିସାହି ବଜାର । କେହି କିଛି ବୁଝିବା ଆଗରୁ ଦୁଇ ଜଣ ଦୁର୍ବୃତ୍ତ ଗୁଳି ଚଳାଇ ଫେରାର ହୋଇଗଲେ । ଗୁଳି ମାଡ଼ର ଶିକାର ହେଲେ ସୁନିଲ ସାହୁ । ଅତି ନିକଟରୁ ୩ ରାଉଣ୍ଡ ଗୁଳି ଚଳାଇଥିଲେ ଦୁର୍ବୃତ୍ତ । ଘଟଣା ପୂର୍ବରୁ ସୁନିଲ ସେମାନଙ୍କ ସହ କଥା ହେଉଥିଲେ । ତେବେ କଣ ହେଲା କେଜାଣି ସୁନିଲଙ୍କ ଉପରକୁ ଆଖି ବୁଜା ଗୁଳି ଚଳାଇଥିଲେ ସେମାନେ । ସୁନିଲଙ୍କ ମୁଣ୍ଡ, ପେଟ ଆଉ ଛାତିରେ ବାଜିଥିଲା ।
ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହାୟତାରେ ପେ।ଲିସ ଗୁରୁତର ଅବସ୍ଥାରେ ସୁନିଲଙ୍କୁ ଉଦ୍ଧାର କରି କଟକ ବଡ ଡାକ୍ତରଖାନା ପଠାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘେ।ଷଣା କରିଥିଲେ ।

ମୃତ ସୁନିଲ ସାହୁଙ୍କ ଘର ରେଢାଖୋଲ ଅଞ୍ଚଳରେ । ସେ ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟ ହଷ୍ଟେଲ ସୁପରଭାଇଜର ଭାବେ କାମ କରୁଥିଲେ । ସୁନିଲଙ୍କୁ ହତ୍ୟା କରିଥିବା ଯୁବକମାନଙ୍କ ସହ ତାଙ୍କର ପରିଚୟ ଥିଲା । ତେଣୁ ପୂର୍ବ ବିବାଦକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପେ।ଲିସ । ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବେ।ଲି କହିଛନ୍ତି ଡିସିପି ।

ବିଶ୍ବ କପ୍ ହକି ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି । ଏସବୁ ଭିତରେ ଥାନା ନିକଟରେ ଗୁଳି ଫୁଟାଇ ପେ।ଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି ଅପରାଧୀ ।

   Related Posts