ଟ୍ରେନ୍ ଲାଇନ୍‌ରେ କଟି ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | June 20, 2019 IST

ବାରିପଦା ୨୦|୬: ବାଲେଶ୍ବର-ବାଙ୍ଗିରିପୋଷି ଡିଏମୟୁ ଟ୍ରେନ୍ ରେ କଟି ଯୁବକଙ୍କ ମୃତ୍ୟୁ ହୋଇଛି । ଘଟଣା ଘଟିଛି ବାରିପଦା ସ୍ଥିତ ପାଲବଣି ନିକଟରେ । 

ସୂଚନାଯୋଗ୍ୟ ଯେ, ବାଲେଶ୍ବର-ବାଙ୍ଗିରିପୋଷି ଡିଏମୟୁ ବାଲେଶ୍ବରରୁ ବାଙ୍ଗିରିପୋଷି ଅଭିମୁଖେ ଯାଉଥିବା ସମୟରେ ଘଟିଛି ଦୁର୍ଘଟଣା । ଟ୍ରେନଟି ଆସୁଥିବା ସମୟରେ ଯୁବକ ଜଣକ ହଠାତ୍ ଟ୍ରେନ୍ ର ଅତି ନିକଟରେ ଧାରଣା ଉପରେ ଶୋଇ ପଡିଥିଲେ। ଫଳରେ ଟ୍ରେନରେ କଟି ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି । ତେବେ ଏ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.