PUBG ନେଲା ଜୀବନ: ଗେମ୍ ଖେଳୁଖେଲୁ ଟ୍ରାକ୍ ଉପରକୁ ଚାଲିଆସିଲେ ଯୁବକ, ମାଡିଗଲା ଟ୍ରେନ୍

Published By : Prameya-News7 Bureau | May 26, 2020 IST

ନୂଆପଡା , ୨୬|୦୫: ପବଜୀ ଖେଳ ନେଲା ଜୀବନ । ଖେଳ ନିଶାରେ ମସଗୁଲ ଥିଲେ ଯୁବକ । ଟ୍ରେନ୍ ଆସିବା ବାବଦରେ ଜାଣି ପାରିଲେନି । ଶେଷରେ ମାଡିଗଲା ଟ୍ରେନ୍ । ଏପରି ଏକ ଘଟଣା ନୂଆପଡା ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି ।

ସୂଚନାନୁସାରେ, ନୂଆପଡା ଜିଲ୍ଲାର ସିଆଲଟି ଗ୍ରାମର କ୍ଷୀର ମୋହନ ମାଝୀ ନିଜ ମୋବାଇଲରେ ପବଜୀ ଖେଳନ୍ତି । ସୋମବାର ମଧ୍ୟ ସେ ପବଜୀ ଖେଳୁଥିଲେ । ତେବେ ନିଜ ଘରେ ନୁହେଁ ବରଂ ଟ୍ରେନ୍ ଲାଇନ୍ ନିକଟରେ ଗେମ୍ ଖେଳୁଥିଲେ । ତେବେ ଖେଳ ନିଶାରେ ମସଗୁଲ ହୋଇ ସେ ହଠାତ ଟ୍ରେନ୍ ଲାଇନ୍ ଉପରକୁ ଚାଲି ଆସିଥିଲେ । ସେହି ସମୟରେ ହଠାତ ଏକ ଟ୍ରେନ୍ ଆସିଯାଇଥିଲା ଓ ତାଙ୍କୁ ଧକ୍କା ଦେଇଥିଲା । ତେବେ ଟ୍ରେନଟି ଧକ୍କା ଦେବା ପୂର୍ବରୁ ହର୍ଣ୍ଣ ମାରିଥିଲେ ମଧ୍ୟ ସେ ଶୁଣିପାରି ନଥିଲେ ।

ଏହି ମାମଲାରେ ରେଳବାଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ପୂର୍ବରୁ ମଧ୍ୟ ଏହି ଗ୍ରାମରେ ଜଣେ ଯୁବକ ପବଜୀ ଖେଳିବା ସମୟରେ ଅସାବଧାନତାବଶତଃ ଛାତରୁ ଖସି ପ୍ରାଣ ହରାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.