ଖୋର୍ଦ୍ଧାରେ ମଦ ପିଇ ଜଣେ ଯୁବକର ମୃତ୍ୟୁ ଅଭିଯୋଗ
12/01/2019 at 9:14 AM

ଖୋର୍ଦ୍ଧା ୧୨|୧: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସଲପଡିହ ଗ୍ରାମରେ ମଦ ପିଇ-ପିଇ ଜଣେ ଯୁବକର ମୃତ୍ୟୁ ହୋଇଛି । ମୃତକ ଜଣକ ସନ୍ତୋଷ ମଲ୍ଲ । ପାର୍ବତୀ ମଲ୍ଲ ଓ ମହେଶ୍ଵର ମଲ୍ଲଙ୍କ ବଡ ପୁଅ ହେଉଛି ସନ୍ତୋଷ । ମୃତ ସନ୍ତୋଷର ପତ୍ନୀ , ୨ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି । ମଦ ନ ପିଇବା ପାଇଁ ଘରେ ଆକଟ କରିବାରୁ ସନ୍ତୋଷ ସବୁବେଳେ ପରିବାର ଲୋକଙ୍କୁ ମାର-ପିଟ କରେ । ଆଉ ଏହି ମଦ ଆଜି ମୋ ପୁଅର ଜୀବନ ନେଇଗଲା , ଏହି କଥା କହି-କହି ମୃତ ପୁଅ ସନ୍ତୋଷ ର ଶବ କୁ ଆଉଁସି-ଆଉଁସି ମା’-ବାପା କାନ୍ଦୁଛନ୍ତି । ପୋଲିସଏହି ଘଟଣାରେ ତଦନ୍ତ ଜାରି ରଖିଛି ।
Related Posts
ଚାନ୍ଦବାଲି: ଜାଲ ନୋଟ୍ ଜବତ, ଅଭିଯୁକ୍ତକୁ ଧରାଇ ଦେଲେ ମିଠା ଦୋକାନୀ
18 January 2021
ଭଦ୍ରକ: ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ
18 January 2021
ବ୍ରହ୍ମପୁର: ଠକେଇ ଅଭିଯୋଗରେ ଯୁବକ ଗିରଫ
18 January 2021