ମୁର୍ମୁଷୁ ଅବସ୍ଥାରେ ବିଲରୁ ଉଦ୍ଧାର ଯୁବକଙ୍କ ମେଡିକାଲରେ ମୃତ୍ୟୁ, ହତ୍ୟା ସନ୍ଦେହ

Published By : Prameya-News7 Bureau | October 10, 2019 IST

ଉଦଳା ୧୦।୧୦: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା କାହ୍ନୁପୁର ଗାଁ ବିଲରୁ ମୁର୍ମୁଷୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା । ସ୍ଥାନୀୟ ଲୋକେ ସକାଳେ ବିଲକୁ ଯାଇଥିବା ବେଳେ ସେଠାରେ ଯୁବକଙ୍କୁ ଉଦ୍ଧାର କରିଥିଲେ । ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

{"id":168255}

ମୃତକ ଜଣଙ୍କ ହେଲେ ଖୁଂଟା ଥାନା କରକଚିଆ ପଂଚାୟତ କଇମି ଗ୍ରାମର ମାତୁ ମୁର୍ମୁ । ମୃତ୍ୟୁର କାରଣ ଏବେ ବି ଅସ୍ପଷ୍ଟ ରହିଛି । ମାତୁଙ୍କ ଘର କାହ୍ନୁପୁର ଗ୍ରାମଠାରୁ ଦୁଇ କିଲୋମିଟର ଦୂର ହୋଇଥିବା ବେଳେ ସେ ସେଠାକୁ ଆସିଲେ କିପରି ଏବଂ ସେଠାରେ ମୁର୍ମୁଷୁ ଅବସ୍ଥାରେ ପଡି ରହିଲେ କିପରି ତାହା ଏବେ ବି ଅସ୍ପଷ୍ଟ ।

{"id":168256}

ଯହେତୁ ସେ ମୁର୍ମୁଷୁ ଅବସ୍ଥାରେ ବିଲରେ ପଡିଥିଲେ ତାଙ୍କୁ କେହି ହତ୍ୟା କରିଛି କିମ୍ବା ସାପ କାମୁଡିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡିନାହିଁ । ଖବର ପାଇ ପୋଲିସ ଡାକ୍ତରଖାନାରେ ପହଂଚି ଶବକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.