ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, ଗତକାଲିଠାରୁ ଥିଲେ ନିଖୋଜ

Published By : Prameya-News7 Bureau | December 27, 2019 IST

ଆଠମଲ୍ଲିକ ୨୭।୧୨: ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବାତ୍ରାଖୋଳ ଗାଁର ବିଚିତ୍ର ମାଝୀ । ଗତକାଲି ଛେଳି ଚରାଇବାକୁ ଜଙ୍ଗଲକୁ ଯାଇ ନିଖୋଜ ହୋଇଯାଇଥିଲେ । ଆଜି ହଣ୍ଡପା ବନାଞ୍ଚଳ ସାପଘରା ଜଙ୍ଗଲରୁ ତାଙ୍କ ମୃତଦେହେ ଉଦ୍ଧାର କରାଯାଇଛି । ଜଙ୍ଗଲକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ତେବେ ତାଙ୍କ ମୃତ୍ୟୁକୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ସ୍ଥାନୀୟ ଲୋକ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.