Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ବାର୍‌ହା ପାଇଁ ବସାଯାଇଥିବା ଫାଶରେ ଲାଗି ଯୁବକଙ୍କ ମୃତ୍ୟୁ, ଫାଶ ସହ ସଂଯୁକ୍ତ ହୋଇଥିଲା ବିଦ୍ୟୁତ୍

23/08/2019 at 3:55 PM

ଲକ୍ଷ୍ମୀପୁର ୨୩|୮: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଘଟିଛି ଏକ ଅଭାବନୀୟ ଘଟଣା। ବାରହା ଶିକାର ପାଇଁ  ବିଛାଯାଇଥିବା ବିଦ୍ୟୁତ ତାର ରେ ଫାସ କରି ଜାଲ ବିଛା ଯାଇଥିବା ବେଳେ ସେଇ ଫାସରେ ଫସି ଜଣେ ଯୁବକ ଫସି ମୃତ୍ୟୁ ହୋଇଛି। ଲକ୍ଷ୍ମୀପୁର ବ୍ଲକର ଗୌଡ ଅଳଚି ଗାଁର ଦଣ୍ଡଧର ନାୟକ ନାମକ  ଯୁବକ ସାଥୀ ଦାମ ଗୌଡଙ୍କ ସହ ମଇଁଷି ଖୋଜିବାକୁ ଯାଇ ବାରହା ପାଇଁ ବିଛା ଜାଇଥିବା ବିଦ୍ୟୁତ ତାରରେ ଲାଗିଯାଇଥିଲେ । ଘଟଣା ସ୍ଥଳରେ ହିଁ ଦଣ୍ଡଧରଙ୍କର ମୃତ୍ୟୁ ହୋଇଥିବା ବେଳେ ସାଥିରେ ଯାଇଥିବା ଯୁବକ ଦାମ ବର୍ତି ଯାଇଛନ୍ତି ।

ଘଟଣାଟି ଶୁଣ୍ଢିଅଳଚି ଗାଁ ନିକଟରେ ଥିବା ଜଙ୍ଗଲରେ ହୋଇଚି। ଗତ କାଲି ରାତିରେ ଗାଁ ନିକଟରେ ଥିବା କ୍ରସରରେ ଦଣ୍ଡ ଧର ଓ ଦାମ ରାତ୍ର ଜଗୁଆଳି ଭାବେ କାମ କରୁଥିବା ବେଳେ ପରିବାର ଲୋକେ  ମଇଁଷି ଫେରି ନଥିବା ପ୍ରକାଶ କରିଥିଲେ।ଜଙ୍ଗଲ ରାସ୍ତାରେ ମଇଁଷି ଖୋଜିବାକୁ ଯାଇ ବାରହା ଫାସ ପାଇଁ ବିଛା ଜାଇଥିବା ବିଦ୍ୟୁତ ତାର ସଂଷ୍ପର୍ଶରେ ଆସି ଦଣ୍ଡଧରଙ୍କ ମୃତ୍ୟୁଘଟିଥିଲା।

ବିଦ୍ୟୁତ ବିଭାଗର ଦାଇତ୍ଵହୀନତା ସକାଶେ ବେଆଇନ୍ ଭାବେ ବାରହା ଶିକାର ଫାଶ ଓ ବିଦ୍ୟୁତ ବ୍ୟବହାର କରାଯାଉଛି । ଏହାର ପରିଣାମରେ ଗୋଟିଏ ଅମୁଲ୍ୟ ଜୀବନ ଚାଲିଗଲା ବୋଲି ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ଘଟଣାସ୍ଥଳରେ କାକିରିଗୁମା ପୋଲିସ ପହଂଚି ତଦନ୍ତ ଜାରି ରଖିଛି…

   Related Posts