ହାଇଓ୍ବା ଧକ୍କାରେ ଯୁବକ ମୃତ, ଉତ୍ତ୍ୟକ୍ତଲୋକଙ୍କ ରାସ୍ତାରୋକ
12/01/2020 at 2:49 PM

ପଟ୍ଟାମୁଣ୍ଡାଇ ୧୨|୧: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର କୁନ୍ଦୁପୁର ଛକ ନିକଟରେ ହାଇଓ୍ବା ଟ୍ରକ ଧକ୍କା ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଉଛନ୍ତି ପଟ୍ଟାମୁଣ୍ଡାଇ ବାଲିପାଟଣା ଗାଁର ଶରତ କୁମାର ଓଝା । ଛକରେ ଛିଡା ହୋଇଥିବା ସମୟରେ ତାଙ୍କୁ ହାଇଓ୍ବା ଧକ୍କା ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଉତ୍ୟକ୍ତଲୋକ କୁନ୍ଦୁପୁରୁ ପଟ୍ଟାମୁଣ୍ଡାଇ ମୁଖ୍ୟ ରାସ୍ତା ଉପରେ ଶବ ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।