ବାପାର ମୃତ୍ୟୁ ଖବର ନେଇ ଭଉଣୀ ଘରକୁ ଯିବାବେଳେ ପୁଅର ମୃତ୍ୟୁ

Published By : Prameya-News7 Bureau | July 23, 2019 IST

ନୟାଗଡ ୨୩|୭: ବାପାର ମୃତ୍ୟୁ ଖବର ନେଇ ଭଉଣୀ ଘରକୁ ଯିବା ବେଳେ ପୁଅର ମୃତ୍ୟୁ ହୋଇଛି । ଦଶପଲ୍ଲା ପେଟ୍ରୋଲ ପମ୍ପ୍ ନିକଟରେ ଟ୍ରକ୍-ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ବାଇକ୍ ଆରୋହୀ ଲକ୍ଷ୍ମୀଧର ବେହେରାଙ୍କର ମୃତ୍ୟୁ ହୋଇଛି । ମୃତକ ଲକ୍ଷ୍ମୀଧରଙ୍କର ଘର ଇଟାମାଟି ଥାନା ଶରଧାପୁର ଗାଁରେ ।

{"id":136411}

ଗତ ୪ ଦିନ ତଳେ ଲକ୍ଷ୍ମୀଧରଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା । ବାପା ମୃତ୍ୟୁ ଖବର ନେଇ ଦଶପଲ୍ଲା ଭଉଣୀ ଘରକୁ ଯିବା ବେଳେ ଦୁର୍ଘଟଣାରେ ପୁଅର ମୃତ୍ୟୁ ହୋଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.