ମଦ ନେଲା ଜୀବନ, ୧୧ ମହଲାରୁ ଖସିପଡି ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | June 24, 2019 IST

ଭୁବନେଶ୍ବର ୨୪|୬: ଭୁବନେଶ୍ବରରେ ମଦ ନେଲା ଜୀବନ । ୧୧ ମହଲାରୁ ଖସିପଡି ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଦୟାନିଧି ସାହାଣୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ନୟାପଲ୍ଲୀ କ୍ରିଷ୍ଣା ଆପାର୍ଟମେଣ୍ଟର ୧୧/୭ ଘରେ ରହୁଥିଲେ ଦୟାନିଧି ସାହାଣୀ । ସେ ଅତ୍ୟଧିକ ମଦ୍ୟପାନ କରି ଝରକା ନିକଟରେ ବସିଥିବା ବେଳେ ତଳକୁ ଖସି ପଡିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.