ପୋଖରୀରେ ଗାଧୋଇବାବେଳେ ବୁଡିଯାଇ ଯୁବକ ମୃତ

Published By : Prameya-News7 Bureau | October 20, 2019 IST

ଆନନ୍ଦପୁର ୨୦।୧୦: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ମନହରପୁର ପଞ୍ଚାୟତ ଡୁମୁରିଆ ଗ୍ରାମର ଅନାଥ ହାସଦାଙ୍କ ପୁତ୍ର ୧୯ ବର୍ଷ ବୟସ୍କ ଶୁକଲାଲ ହାସଦା ଆଜି ସକାଳୁ ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଅସାବଧାନତା ବଶତଃ ତାଙ୍କ ଗୋଡ ଖସିଯାଇଥିଲା । ଫଳରେ ସେ ପୋଖରୀରେ ବୁଡି ଯାଇଥିଲେ । ପରିବାର ଲୋକେ ତାଙ୍କୁ ପୋଖରୀରୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକେ ଯୁବକ ଜଣଙ୍କୁ ପାଣିରୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ତାଙ୍କୁ ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.