ଧୋକା ଦେଲା ‘କାଳିଆ’: ଜୀବିତ ଯୁବକଙ୍କୁ ମୃତ ଘୋଷଣା କଲା କୃଷି ବିଭାଗ, ଯୋଜନାରୁ ବାଦ୍‌ ପଡ଼ିଲେ ହିତାଧିକାରୀ

Published By : Prameya-News7 Bureau | November 06, 2021 IST

ପାପଡାହାଣ୍ଡି/ମୈଦାଲପୁର ୦୬/୧୧: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦାଲପୁରର ହାଟପଦା ସାହିରେ ରୁହନ୍ତି ସନ୍ତୋଷ ହରିଜନ । ଅତ୍ୟନ୍ତ ଗରିବ ଶ୍ରେଣୀର ଯୁବକ। କୃଷି ବିଭାଗର ଅପାରଗତା ଯୋଗୁଁ ସେ କାଳିଆ ଯୋଜନାରେ ଟଙ୍କା ପାଇବାରେ ବଞ୍ଚିତ ହୋଇଛନ୍ତି । ସେ ଜୀବନ୍ତ ଥିବା ବେଳେ କୃଷି ବିଭାଗ ଦସ୍ତାବିଜ୍‌ରେ ତାଙ୍କୁ ମାରିଦିଆଯାଇଛି। ଏ ନେଇ ସନ୍ତୋଷ ଓ ତାଙ୍କ ପରିବାର ନିରାଶ ହୋଇଛନ୍ତି । ୨୦୧୯/୨୦ ରେ ତାଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ସନ୍ତୋଷ ଉକ୍ତ ଯୋଜନା ବାବଦକୁ ୫୦୦୦ ଟଙ୍କା ପାଇଥିଲେ ।

କିନ୍ତୁ ଚଳିତ ବର୍ଷ ସନ୍ତୋଷଙ୍କୁ ଆଉ କାଳିଆ ଯୋଜନାରେ ଟଙ୍କା ଆସିଲା ନାହିଁ । ଟଙ୍କା ନଆସିବାରୁ ସେ ନିଃରୁପାୟ ହୋଇପଡ଼ିଥିଲେ । ଶେଷରେ ଏହାର କାରଣ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ ସନ୍ତୋଷ । ଅନଲାଇନରେ ଯାଞ୍ଚ ସମୟରେ ସେ ଜାଣିବାକୁ ପାଇଲେ ଯେ କାଳିଆ ଯୋଜନାରେ ସାମିଲ ନ କରାଯିବାର କାରଣ ସେ ମୃତ । ଏହା ଦେଖିବା ଓ ଜାଣିବା ପରେ ସନ୍ତୋଷ ବ୍ୟତିବ୍ରସ୍ତ ହୋଇପଡ଼ିଥିଲେ । ଜୀବିତ ଲୋକଙ୍କୁ କିପରି ମୃତ କରାଗଲା ଏ ନେଇ ଜାଣିବାକୁ ସେ ପାପଡାହାଣ୍ଡି କୃଷି ବିଭାଗ କାର୍ଯ୍ୟାଳୟରେ ପହଁଚିଥିଲେ ।

{"id":539780,"width":518,"height":278,"sizeSlug":"full","linkDestination":"none"}

ନିଜର ଭୁଲ ଜାଣିବା ପରେ କର୍ମଚାରୀମାନେ ସନ୍ତୋଷଙ୍କୁ ପୁନଃ ଆବେଦନ କର ତମର ଟଙ୍କା ମିଳିବ ବୋଲି ପଠାଇ ଦେଇଥିଲେ। ସନ୍ତୋଷ ଟଙ୍କା ନପାଇବାରୁ ହତାଶ ହୋଇପଡିଛନ୍ତି । ଯାଞ୍ଚ ସମୟରେ ଅଧିକାରୀ କେଉଁ ଉଦେଶ୍ୟରେ ତାଙ୍କୁ ମୃତ ଘୋଷଣା କଲେ ତାହାର ଯାଞ୍ଚ ଲାଗି ଦାବି କରିବା ସହ କାର୍ଯ୍ୟାନୁଷ୍ଠାନ ହେଉ ବୋଲି କହିଛନ୍ତି । ଏନେଇ ପାପଡାହାଣ୍ଡି ବ୍ଲକ କୃଷି ଅଧିକାରୀ ଶଶୀ ଭୂଷଣ ସେନାପତିଙ୍କୁ ପଚାରିବାରୁ ସେ ସହକାରୀ କୃଷି ଅଧିକାରୀ କହି ପାରିବେ ବୋଲି କହିଛନ୍ତି ।

ସହକାରୀ କୃଷି ଅଧିକାରୀ ଶିବାନୀ ଗୋଛାୟତଙ୍କୁ ପଚାରିବାରୁ ବର୍ତ୍ତମାନ ସେ ନୂଆ କରି ଏଠାରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି। ଏହାର ତଦନ୍ତ କରାଯିବ ଓ କାର୍ଯାନୁଷ୍ଠାନ ନିଆଯିବ ବୋଏବଂ ହିତାଧିକାରୀ ଆଉଥରେ ଆବେଦନ କଲେ ସେ କାଳିଆ ଯୋଜନାରେ ସାମିଲ ହୋଇପାରିବେ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.