ଛାତିରେ ଯନ୍ତ୍ରଣା ହେଉଛି କହି ପୋଲିସକୁ ଆକୁଳ ନିବେଦନ କରିଥିଲେ ଯୁବକ ,ତଥାପି ପିଟିଥିଲା ପୋଲିସ୍, ଚାଲିଗଲା ଜୀବନ

Published By : Prameya-News7 Bureau | June 20, 2019 IST

ଭୋପାଳ ୨୦/୬: ବୈରାଗଡ଼ ପୋଲିସର ହେପାଜତରେ ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରପର୍ଟି ଡିଲର ଶିବମ୍ ମିଶ୍ରାଙ୍କ ମୃତ୍ୟୁ ହୋଇଯାଇଛି। ଶିବମ୍ ନିଜର ବନ୍ଧୁ ମୋବିନ୍ଦ ପୋରିଲଙ୍କ ସହ ଖାଇବାକୁ ଢାବା ଯାଉଥିଲେ। ଲାଲଘାଟିରୁ ଆଗକୁ ବିଆରଟି କରିଡରରେ ତାଙ୍କର ଏସୟୁବି କାର ରେଲିଙ୍ଗରେ ଧକ୍କା ହୋଇଥିଲା। ଏଥିରେ ପୋଲିସ୍ ଉଭୟଙ୍କୁ ଥାନାକୁ ନେଇଯାଇଥିଲା। ସେଠାରେ ପୋଲିସ୍ ତାଙ୍କୁ ଏତେ ପିଟିଥିଲା ଯେ ଶିବମଙ୍କ ଜୀବନ ଚାଲିଯାଇଥିଲା। ବୈରାଗଡ଼ର ୫ଜଣ ପୋଲିସକର୍ମୀଙ୍କୁ ନିଲମ୍ବିତ କରି ଦିଆଯାଇଛି।
ଗୋବିନ୍ଦଙ୍କ କହିବାନୁସାରେ ସେ ଆଉ ଶିବମ୍ ଢାବାକୁ ଖାଇବା ପାଇଁ ଯାଉଥିଲେ। ଲାଲଘାଟିରୁ ଆଗକୁ ବିଆରଟି କରିଡରରେ ତାଙ୍କର ଏସୟୁବି କାର ରେଲିଙ୍ଗରେ ଧକ୍କା ହୋଇଥିଲା। ପୋଲିସ୍ ଜବରଦସ୍ତି ସେମାନଙ୍କୁ ଥାନା ନେଇଯାଇଥିଲେ। ସେଠାରେ ପୋଲିସ ତାଙ୍କୁ ନୃଶଂସ ଭାବେ ପିଟିଥିଲା। ଏହାପରେ ସେମାନଙ୍କୁ ବୈରାଗଡ଼ ଥାନାକୁ ନେଇଯାଇଥିଲେ। ସେଠାରେ ମଧ୍ୟ ତାଙ୍କୁ ପିଟିବା ଆରମ୍ଭ କରିଦେଇଥିଲା। ଶିବମ୍ ପୋଲିସଙ୍କୁ ଆକୁଳ ନିମେଦନ କରିଥିଲେ ଯେ ତାଙ୍କ ଛାତିରେ ଯନ୍ତ୍ରଣା ହେଉଛି। ତାଙ୍କ କଥା କେହି ସେଠାରେ ଶୁଣିନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.