ରାଜସୁନାଖଳା ଜାମାଳା ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Published By : Prameya-News7 Bureau | December 30, 2018 IST

ଖୋର୍ଦ୍ଧା ୩୦|୧୨: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ ରାଜସୁନାଖଳା ବଜାର ନିକଟ ଜାମାଳା ପୋଖରୀରୁ ଜଣେ ଯୁବକଙ୍କ ମୃତ ଦେହ ଭାସୁଥିବା ଖବର ପାଇ  ବୋଲଗଡ଼ ଅଗ୍ନିଶମ କର୍ମଚାରୀଙ୍କ ଦ୍ବାରା ଉଦ୍ଧାର କରାଯାଇଛି ।  ଯୁବକ ଜଣକ ହେଉଛନ୍ତି ଯାଜପୁର ଅଂଚଳ ମାଲିକା ପୁର ଗ୍ରାମର ବଂଶୀଧର ସାହୁଙ୍କ ପୁଅ ଉତ୍ତମ ସାହୁ (୩୧) ।

{"id":68737}

ଉତମ ରାଜସୁନାଖଳା ପଣ୍ଡା ମୋଟର୍ସ ଗ୍ୟାରେଜରେ  ଛଅ ମାସ ହେବ ମିସ୍ତ୍ରୀ କାମ କରୁଥିଲେ ଏବଂ ଗତ ଦୁଇଦିନ ତଳୁ ସେ ଗାଁକୁ ଯିବାକୁକହି ଗ୍ୟାରେଜରୁ ଆସିଥିଲେ । ତେବେ ଆଜି ତାଙ୍କ ମୃତ ଦେହ ପୋଖରୀରେ ଭାସୁଥିବା ଦେଖିଥିଲେ ସ୍ଥାନୀୟ ଲୋକ । ଘଟଣା ସ୍ଥଳରେ ବୋଲଗଡ଼ ଥାନା ପୋଲିସ ପହଂଚି ଶବ ଜବତ କରି  ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ କହିଛି ପୋଲିସ|

{"id":68738}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.