ମୋହନା ଥାନା ଅଞ୍ଚଳରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

Published By : Prameya-News7 Bureau | September 08, 2018 IST

ଗଜପତି ୮|୯: ଗଜପତି ଜିଲ୍ଲା ମୋହନା ଥାନା ବାଲିପଙ୍କ ଡମ୍ବଗୁଡା ରାସ୍ତାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଯୁବକ ହେଲେ ଡମ୍ବଗୁଡା ଗାଁର ମିଖାଏଲ ପ୍ରଧାନ । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗାଁର ଜଣେ ବ୍ୟକ୍ତିଙ୍କ ପୁଅ ୬ ମାସ ତଳେ ପ୍ରାଣ ହରାଇଥିଲା । ମୃତକ ମିଖାଏଲର ବାପା ମାଗତା ଗୁଣିକରି ମାରିଦେଇଥିବା ସଂନ୍ଦେହ କରାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.