ଘର ଭିତରୁ ରକ୍ତଜୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
28/01/2020 at 4:17 PM

ବାରିପଦା ୨୮।୦୧: ଘର ଭିତରୁ ଯୁବକଙ୍କ ରକ୍ତଜୁଡୁ ମୃତଦେହ ଉଦ୍ଧାର । ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବୁଢାମରା ଗାଁର ଘଟଣା । ମୃତକ ଗୁରା ସିଂ ବୋଲି ଜଣାପିଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳ ସମୟରେ ଶୋଇଥିବା ଭାଇ ଗୁରାକୁ ଡାକିବାକୁ ଭଉଣୀ କବାଟ ଖୋଲିଥିଲା । କବାଟ ଖୋଲି ଭଉଣୀ ଦେଖେ ତେ ରକ୍ତାକ୍ତ ଅବସ୍ଥାରେ ଗୁରାର ମୃତଦେହ ପଡିଛି ।ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ଗୁରାକୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ବାଙ୍ଗିରପୋଷି ପୋଲିସ ଘଟଣାର ଛାନ୍ଭିନ୍ ଜାରି ରଖିଛି ।