ସାପ ସହ ଖେଳ ହେଲା କାଳ : ଚନ୍ଦନ ବୋଡା ସାପ ଚୋଟରେ ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | January 11, 2020 IST

ଆନନ୍ଦପୁର ୧୧/୧: ଚନ୍ଦନ ବୋଡା ସାପ ଚୋଟରେ ଯୁବକ ମୃତ୍ୟୁ ହୋଇଛି । ଆନନ୍ଦପୁର ଥାନା ଛତ୍ରକଣା ନିକଟ ପଚାଙ୍ଗ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ଛତ୍ରକଣା ଗାଁର ମୁନା ନାୟକ । ସାପ ଦଂଶନରେ ଗୁରୁତର ଯୁବକ ସହ ସାପକୁ ନେଇ ଆନନ୍ଦପୁର ଡାକ୍ତରଖାନାରେ ପହଁଞ୍ଚାଇଥିଲେ ଗାଁ ର କିଛି ଲୋକ । ହେଲେ ସେଠାରେ ଯୁବକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

{"id":209829,"sizeSlug":"large"}

ପରେ ସାପଟିକୁ ଡାକ୍ତରଖାନା ପରିସରରୁ ବନବିଭାଗ କର୍ମଚାରୀମାନେ ନେଇ ଜଙ୍ଗଲରେ ଛାଡିଥିଲେ । ସକାଳୁ ଛତ୍ରକଣା ନିକଟ ପଚାଙ୍ଗ ଗାଁରେ ବାହାରିଥିବା ଏକ ଚନ୍ଦନ ବୋଡା ସାପକୁ କିଛି ଯୁବକ ଏକ ଅଖାରେ ଭର୍ତି କରି ନେଉଥିଲେ । ବାଟରେ ସେମାନଙ୍କ ସହ ମୁନାର ଦେଖା ହେବାରୁ କୌତୁହଳରେ ସେ ଅଖାରୁ ସାପକୁ ବାହାର କରି ଖେଳିବାକୁ ଲାଗିଥିଲା । ଏହି ସମୟରେ ସାପ ତାଙ୍କୁ ୨ ଥର ଚୋଟ ମାରିଥିଲା ।

{"id":209830,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.