ସଡକ ଦୁର୍ଘଟଣାରେ ଯୁବକ ମୃତ

Published By : Prameya-News7 Bureau | August 25, 2019 IST

ଢେଙ୍କାନାଳ ୨୫/୮: ଢେଙ୍କାନାଳ ଜିଲ୍ଲା  ୫୩ ନଂ ଜାତୀୟ ରାଜପଥର ପଥରଖମ୍ବ ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକର ମୃତ୍ୟୁ ହୋଇଛି । ମୃତକ କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମର ମିଲନ ବିଶ୍ବାଳ ।

{"id":148569}

ମିଲନ ଗତ କାଲି ରାତି ୯ଟା ବେଳେ କୌଣସି କାର୍ଯ୍ୟରେ ଗାଁ ଛକକୁ ଯାଇ ଆଉ ଘରକୁ ଫେରି ନଥିଲେ । ଆଜି ସକାଳେ  ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ।  ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଛି ।ତାଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି। ମିଲନ ବିଳାସପୁର ଠାରେ ଏକ ହୋଟେଲରେ କାର୍ଯ୍ୟ କରୁଥିଲେ।  ସେ ୪ ଦିନ ପୁର୍ବରୁ ଗାଁକୁ ଆସିଥିବା ଜଣା ପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.