ବିବାହବେଦୀ ବଦଳରେ ଶ୍ମଶାନ, ବିବାହ ପୂର୍ବରୁ ବିଦ୍ୟୁତ୍ ଆଘାତରେ ବରର ମୃତ୍ୟୁ
11/07/2019 at 10:43 AM

କେନ୍ଦୁଝର ୧୧|୭: କେନ୍ଦୁଝରରେ ଅଭାବନୀୟ ଘଟଣା ଘଟିଛି । ବିବାହ ପୂର୍ବରୁ ବରର ବରଯାତ୍ରା ପୂର୍ବରୁ ହେଲା ଶ୍ମଶାନ ଯାତ୍ରା । ଆଜି ଥିଲା ବାହାଘର । ବରବେଶ ସାଜି ଯାଇଥାନ୍ତେ କନ୍ୟା ଘର ହେଲେ ବିଧିର ବିଧାନ କିଛି ଅଲଗା ଶବ ହୋଇଗଲେ ମଶାଣିକୁ । ଏପରି ଘଟଣା ଦେଖିବାକୁ ମିଳିଛି ସଦର ଥାନାର କେନ୍ଦୁଆ ଗାଁ ରେ ।

ସୂଚନାଯୋଗ୍ୟ ଯେ, ଗାଁର ଲୋକନାଥ ମହାନ୍ତଙ୍କର ଆଜି ଥିଲା ବାହାଘର । ବିଦ୍ୟୁତ୍ ଆଘାତରେ ତାଙ୍କର ମୃତ୍ୟୁ ହୋଇଛି । ବାହାଘର ପାଇଁ ତାଙ୍କ ଘରେ ଟେଣ୍ଟ ବନ୍ଧା ହୋଇଥିଲା । ଆଜି ଭୋର ୩ଟା ସମୟରେ ଲୋକନାଥ ଟେଣ୍ଟରେ ଲାଗିଥିବା ଇଲେକ୍ଟ୍ରିକ ତାରରେ ହାଲୋଜେନ ସଂଯୋଗ କରୁଥିବା ସମୟରେ ବିଦ୍ୟୁତ୍ ଆଘାତ ଲାଗିଥିଲା । ଫଳରେ ଘରଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
Related Posts
ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି କଂଗ୍ରେସ ପ୍ରାର୍ଥୀ
23 April 2021