ମୋବାଇଲ ଟାଓରରୁ ଯୁବକଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | October 23, 2018 IST

କଳାହାଣ୍ଡି ୨୩/୧୦ : ଶହେ ଫୁଟ ଉଚ୍ଚରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଚହଗାଁ ମୋବାଇଲ ଟାଓରରୁ ମୃତ ଦେହ ଉଦ୍ଧାର । ମୃତକ ଚହଗାଁର ୨୪ ବର୍ଷୀୟ କୁଶ ଜାଲ ବୋଲି ଜଣାପଡିଛି । ପ୍ରେମ ସଂପର୍କକୁ ନେଇ ବିଷ ପାନ କରି ମୃତ୍ୟୁବରଣ କରିଥିବା ପ୍ରାଥମିକ ତଦନ୍ତରୁ ସୁଚନା ମିଳିଛି । ଅଗ୍ନିଶମ ବିଭାଗ ଦ୍ବାରା ଶବ ଉଦ୍ଧାର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.