ଜୀରା ନଦୀ ବନ୍ୟା ଜଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
8/09/2018 at 11:36 AM

ବରଗଡ଼ ୮/୯ : ବରଗଡ ଜୀରା ନଦୀରୁ ଆଜି ଜଣେ ୪୦ ବର୍ଷୀୟ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ହେଲେ ବରଗଡ଼ ପୋୖରାଞ୍ଚଳର ୧ ନମ୍ୱର ୱାର୍ଡ ଅନ୍ତର୍ଗତ ନଦୀପଡ଼ାର ବିନ୍ଧାଣି ତେଜିଙ୍କ ପୁଅ ବୈଷ୍ଣବ ତେଜି । ବୈଷ୍ଣବ ଗତ କାଲି ପୁରୁଣା ବ୍ରିଜ ନିକଟରେ ଗାଧୋଇବା ପାଇଁ ନଦୀକୁ ଡେଇଁ ଥିଲେ ପରେ ଜୀରା ନଦୀର ବଢି ପାଣିରେ ଭାସି ଯାଇଥିଲେ । ଆଜି କିଛି ସ୍ଥାନୀୟ ଯୁବକ ଗାଧୋଉଥିବା ବେଳେ ବେହେରା ଟିକ୍ରା ନିକଟରେ ବୈଷ୍ଣବର ମୃତଦେହକୁ ଉଦ୍ଧାର କରିଥିଲେ । ସେ ରିକ୍ସା ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ ।
Related Posts
ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ୍ ଛୁଟି
4 March 2021