ଯୁବକଙ୍କ ଗଳାକାଟି ହତ୍ୟା ; କେନାଲରୁ ମିଳିଲା ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ

Published By : Prameya-News7 Bureau | February 09, 2019 IST

ବଡଚଣା ୯|୨: ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ଧାନମଣ୍ଡଳ ଅଞ୍ଚଳରେ ଜଣେ ଯୁବକଙ୍କ ଗଳାକାଟି ହତ୍ୟା କରାଯାଇଛି । ମୃତ ଯୁବକଙ୍କ ନାମ ସନ୍ତୋଷ ନାୟକ । ଆଜି ସକାଳୁ ତାଙ୍କ ମୃତଦେହ ହାଇ ଲେଭଲ୍ କେନାଲରୁ ଜବତ କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":83508}

ସୂଚନା ଅନୁସାରେ ସନ୍ତୋଷ ଗତକାଲି ରାତିରେ ଘରକୁ ଫେରି ନ ଥିଲେ । ସେ କେଉଁ ସାଙ୍ଗସାଥୀଙ୍କ ପାଖରେ ରହି ଯାଇଥିବା ଭାବି ପରିବାରଲୋକ ବିଶେଷ ଖୋଜ ଖବର ନେଇ ନ ଥିଲେ। ଆଜି ସକାଳୁ ଧାନମଣ୍ଡଳ ହାଇ ଲେବଲ୍ କେନାଲରେ ଏକ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଦେଖି ଲୋକେ ରୁଣ୍ଡ ହୋଇ ଯାଇଥିଲେ। ପରେ ଏହି ମୃତଦେହଟି ସନ୍ତୋଷଙ୍କର ବୋଲି ଜଣାପଡ଼ିଥିଲା। ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକ କାଟି ହତ୍ୟା କରାଯାଇଛି । ମୃତଦେହ ନିକଟରେ ତାଙ୍କ ବାଇକ୍ ପଡ଼ିଛି। ଏହି ହତ୍ୟାକାଣ୍ଡ ପଛରେ ଜଣାଶୁଣା ବ୍ୟକ୍ତିଙ୍କର ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.