ବାଲେଶ୍ୱରରୁ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

Published By : Prameya-News7 Bureau | August 02, 2018 IST

ବାଲେଶ୍ୱର ଜିଲ୍ଲା ଖଇରା ଥାନା ନୟନଜୋରିରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି | ମୃତ ଯୁବକ ହେଲେ ଖଇରା ଥାନା କେଳାପଡ଼ି ଗାଁର ଲେମ୍ବୁ ହେମ୍ବରମ | ଆଜି ଭୋର ସମୟରେ ମୃତଦେହ ଭାସୁଥିବାର ଦେଖି ଖଇରା ଦମକଳକୁ ଖବର ଦେଇଥିଲେ | ଯୁବକଙ୍କ ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି | ତେବେ ତାଙ୍କ ମୃତ୍ୟୁର କାରଣ ଏବେ ଯାଏଁ ଜଣା ପଡ଼ିନାହିଁ |ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି | ଘଟଣାସ୍ଥଳରେ ଖଇରା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.