ରାଜଧାନୀରେ ହତ୍ୟାକାଣ୍ଡ, ବମିଖାଲ ନିକଟରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ
5/07/2019 at 8:59 AM

ଭୁବନେଶ୍ବର ୫|୭: ରାଜଧାନୀରେ ହତ୍ୟାକାଣ୍ଡ । ଭୁବନେଶ୍ବର ସ୍ଥିତ ବମିଖାଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକଙ୍କ ପରିଚୟ ମିଳିଛି । ମୃତ ଯୁବକ ହେଉଛନ୍ତି ବଡମ୍ବା ନରସିଂହପୁର ଅଞ୍ଚଳର ସଞ୍ଜୟ ନାୟକ । ତେବେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ସେଠାରେ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି ।

ସୂଚନା ଅନୁସାରେ ସଞ୍ଜୟ ଏକ ଫାଷ୍ଟଫୁଡ ଦୋକାନରେ କାମ କରୁଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ହତ୍ୟାକାଣ୍ଡର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।