ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ

Published By : Prameya-News7 Bureau | September 17, 2019 IST

ଝାରସୁଗୁଡା ୧୭।୯: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଇଟାଭଟା ଅନ୍ତର୍ଗତ ଚୁନାଭଟା ମୁଖ୍ୟ ରାସ୍ତାରେ ଥିବା ଏକ ବିଦୁତ୍ ଖୁଣ୍ଟ ତଳେ ପଡିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ । ଯୁବକ ଜଣକ ସ୍ଥାନୀୟ ଚୁନାଭଟା ଅଞ୍ଚଳର ୨୦ ବର୍ଷ ବୟସ୍କ ଯୁବକ ଅଜୟ କର୍ତ୍ତା  ବୋଲି ଜଣାପଡିଛି।

{"id":158840}

ଖବର ପାଇ ବ୍ରଜରାଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଜୟ ବିଦ୍ୟୁତ୍ ଖୁଣ୍ଟ ମୂଳେ ମୁହଁମାଡି ପଡିଥିଲା ଏବଂ ମୁହଁରୁ ରକ୍ତଶ୍ରାବ ହେଉଥିଲା । ପାଦରୁ ମଧ୍ୟ ରକ୍ତସ୍ରାବ ହେଉଥିଲା । ସେ ବିଦ୍ୟୁତ୍ ଖୁଣ୍ଟରେ ରାତିରେ ଚଢୁଥିବା ବେଳେ ପଡିଯାଇଥିବା ପୋଲିସ ସନ୍ଦେହ କରୁଛି । ସ୍ଥାନୀୟ ଲୋକେ ଏହ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.