ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ
25/07/2019 at 11:05 AM

ସମ୍ବଲପୁର ୨୫|୭: ସମ୍ବଲପୁର ଫାଟକ ନିକଟସ୍ଥ ଦୁର୍ଗା ମନ୍ଦିର ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଉଛନ୍ତି ସନ୍ତୋଷ ପଟ୍ଟନାୟକ । ସନ୍ତୋଷଙ୍କ ଛାତି, ଗୋଡ ଓ ହାତରେ ଗଭୀର କ୍ଷତ ରହିଛି । ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ସୂଚନାଯୋଗ୍ୟ ଯେ, ଆଜି ସକାଳୁ ସନ୍ତୋଷ ନିଜ ଘର ଜଗନ୍ନାଥ କଲୋନୀରୁ ବାହାରି କିଛି କିଣିବାକୁ ମାର୍କେଟ୍ ଯାଇଥିଲେ । ସନ୍ତୋଷ ଘରୁ ଯିବାର କିଛି ସମୟ ପରେ ଘର ଲୋକେ ଖବର ପାଇଥିଲେ ଯେ, ଦୁର୍ଗା ମନ୍ଦିର ନିକଟରେ ତାଙ୍କ ମୃତଦେହ ପଡିଛି । ପରେ ଏନେଇ ପରିବାରଲୋକ ପୋଲିସକୁ ଖବର ଦେଇଥିଲେ । ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି । ଖବର ପାଇ ଅଇଁଠାପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।