Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜଙ୍ଗଲ ଭିତରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

11/05/2019 at 8:26 AM

ନବରଙ୍ଗପୁର ୧୧|୫: ଜଙ୍ଗଲ ଭିତରୁ ଯୁବକର ଗଳିତ ମୃତଦେହ ଉଦ୍ଧାର ହୋଇଛି । ନବରଙ୍ଗପୁର ବନବିଭାଗ ନର୍ସରୀ ନିକଟ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବି.ମାଳିଗୁଡା ଗାଁର ଦେବାନନ୍ଦ ଦାସ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ବି.ମାଳିଗୁଡା ଗ୍ରାମର ଦେବାନନ୍ଦ ଦାସ ଗତ ସାତ ତାରିଖଠାରୁ ମେଡିକାଲ ଯିବାକୁ କହି ଘରୁ ବାହାରିଥିଲେ । ଗୋଡରେ ତାଙ୍କ କ୍ୟାନ୍ସର ହୋଇଥିବାରୁ ସେ ଚିକିତ୍ସିତ ହେଉଥିଲେ । ତେବେ ଆଜି  ନବରଙ୍ଗପୁର ୨୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ଜଙ୍ଗଲ ନିକଟରୁ ତାଙ୍କ ମୃତଦେହ  ଉଦ୍ଧାର ହୋଇଛି । ଅର୍ଥାଭାବ ଯୋଗୁଁ ନିଜର ଚିକିତ୍ସା କରାଇନପାରିବାରୁ ଯୁବକ ଜଣକ  ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।  କ୍ୟାନସରରେ ପୀଡିତ ହୋଇ ଚିକିତ୍ସିତ ହେଉଥିବାରୁ ବ୍ୟୟବହୁଳ ଚିକିତ୍ସାକୁ ନେଇ ସେ ବିବ୍ରତ ଥିବା ନେଇ ପରିବାର ଲୋକ ପ୍ରକାଶ କରିଛନ୍ତି ।  ଏଥିପାଇଁ ସେ ଆତ୍ମହତ୍ୟା କରିଥିବା ମଧ୍ୟ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଖବର ପାଇ ନବରଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏ ସମ୍ପର୍କରେ ପୋଲିସ ର ପ୍ରତିକ୍ରିୟା ମିଳିପାରି ନ ଥିବା ବେଳେ ଶବ ବ୍ୟବଚ୍ଛେଦ ଘଟଣାର ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ।

   Related Posts