ବାକି ଟଙ୍କା ମାଗିବାକୁ ନେଇ ଗଣ୍ଡଗୋଳ ପରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ

Published By : Prameya-News7 Bureau | September 25, 2018 IST

ବରଗଡ଼ ୨୫/୯ : କିଛି ଅସାମାଜିକ ଯୁବକ ବାକି ଟଙ୍କା ମାଗିବାକୁ ଆସି ଧମକ ଚମକ ଦେବାରୁ ଜଣେ ବଢ଼େଇ ଭୟଭୀତ ହୋଇ ଆତ୍ମହତ୍ୟା କରିଥିବା ନେଇ ଏକ ସଙ୍ଗିନ ଅଭିଯୋଗ ଆସିଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ସୋହେଲା ଥାନା ଅଞ୍ଚଳରେ । ସୋହେଲା ନିକଟସ୍ଥ ବଞ୍ଜାରୀ ଗ୍ରାମର ଅଭିମନ୍ୟୁ ପାତ୍ର ସୋହେଲା ଥାନା ଠାରୁ ଅଳ୍ପ ଦୂରରେ ୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଚା ଦୋକାନ କରିଛନ୍ତି । ତାଙ୍କ ଦୋକାନର କାଠ କାମ କରିବାଲାଗି ବଞ୍ଜାରୀ ଗ୍ରାମର ଜନକ ପ୍ରଧାନଙ୍କ ପୁଅ ମୀନକେତନ ପଧାନଙ୍କୁ ନିୟୋଜିତ କରିଥିଲେ । ମୀନକେତନ ମଧ୍ୟ ରାତି ପର୍ଯ୍ୟନ୍ତ ଦୋକାନ କାମ କରୁଥିବା ବେଳେ ଛୋଟୁ ଠାକୁର ଏବଂ ତାର ତିନି ଜଣ ସାଙ୍ଗ ନିଶାଗ୍ରସ୍ତ ଅବସ୍ଥାରେ ଆସି ମୀନକେତନ,ଦୋକାନ ମାଲିକ ଅଭିମନ୍ୟୁ ଏବଂ ତାର ଜଣେ ସହଯୋଗୀକୁ ନିସ୍ତୁକ ମାଡ଼ ମାରି ପଳେଇ ଯାଇଥିଲେ । ତାର କିଛି ସମୟ ପରେ ବଢ଼େଇ ମୀନକେତନର ମୃତଦେହ ସେହି ନିର୍ମାଣାଧୀନ ଚା ଦୋକାନ ପଛପଟେ ଥିବା ଏକ ଘରର କାଠକଡ଼ିରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତୁରନ୍ତ ପୋଲିସକୁ ଖବର ଦିଆଯିବାପରେ ସୋହେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.