Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚୂଆରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

30/04/2019 at 9:13 AM

ଖୋର୍ଦ୍ଧା ୩୦|୪: ଖୋର୍ଦ୍ଧା ବୋଲଗଡ ଅଞ୍ଚଳରେ ଚୁଆରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ସନ୍ତୋଷ କୁମାର ପ୍ରଧାନ । ପୋଲିସ ମୃତଦେହ ଜବତ କରି ଅଧିକ ତଦନ୍ତ ଜାରି ରଖିଛି । ଦୁଇ ଦିନ ତଳୁ ସନ୍ତୋଷ ନିଖୋଜ ଥିବା ପରିବାର ପକ୍ଷରୁ ବୋଲଗଡ ଥାନାରେ ଅଭିଯୋଗ ହୋଇଥିଲା ।

ସୂଚନା ଅନୁସାରେ , ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ୍ ଅନ୍ତର୍ଗତ ଅସରଳା ପଞ୍ଚାୟତ ପୁଆଣିଆ ଗାଁରେ ଘଟିଛି ଅଭାବନୀୟ ଘଟଣା ।  ଚୁଆରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ସନ୍ତୋଷ କୁମାର ପ୍ରଧାନ । ସନ୍ତୋଷ ଦୁଇ ଦିନ ତଳୁ ନିଖୋଜ ଥିବା ପରିବାର ପକ୍ଷରୁ ବୋଲଗଡ ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ଆଜି ତାଙ୍କର ମୃତଦେହ ଚୁଆରେ ଭାସୁଥିବା ଲୋକେ ଦେଖିବାକୁ ପାଇଥିଲେ ।

ସନ୍ତୋଷ କିପରି ଚୁଆରେ ପଡିଲେ, ନା ତାଙ୍କ ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ରହିଛି ସେ ନେଇ ତଦନ୍ତ ପାଇଁ ଦାବି କରିଛନ୍ତି ପରିବାର ଲୋକେ । ଘଟଣାସ୍ଥଳରେ ବୋଲଗଡ଼ ପୋଲିସ ପହଂଚି ମୃତଦେହ ଜବତ କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

   Related Posts