କେନ୍ଦ୍ରାପଡାରେ ରାସ୍ତାକଡରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ; ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକ

Published By : Prameya-News7 Bureau | September 20, 2018 IST

କେନ୍ଦ୍ରାପଡା ୨୦|୯: ରାସ୍ତାକଡରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ସକୃପା ରାସ୍ତା କଡରୁ ମିଳିଛି ଯୁବକଙ୍କ ମୃତଦେହ । ମୃତ ଯୁବକ ହେଲେ ତନ୍ତିଆପାଳ ଥାନା ବଢିହ ଗାଁର ବସନ୍ତ ନାୟକ ।ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନକୁ ହଣାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ବସନ୍ତ ତାଙ୍କ ବନ୍ଧୁ ଘରକୁ ଆସିଥିଲେ ମାତ୍ର ସେ ଘରକୁ ଫେରିନଥିଲେ । ତେବେ ଆଜି ସକାଳୁ ରାସ୍ତା କଡରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ତେବେ ପୁଅକୁ କେହି ହତ୍ୟା କରି ଫିଙ୍ଗିଦେଇଥିବା ଅଭିଯୋଗ କରିଛନ୍ତି ବସନ୍ତଙ୍କ ପରିବାର ଲୋକେ । ପୂର୍ବ ଶତ୍ରୁତାରୁ କିମ୍ବା ପ୍ରେମ ଜନିତ କାରଣରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।ପରିବାରଲୋକଙ୍କ ଅଭିଯୋଗ ଆଧାରରେ ପଟ୍ଟାମୁଣ୍ଡାଇ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.