ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ; ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

Published By : Prameya-News7 Bureau | September 15, 2018 IST

କେନ୍ଦ୍ରାପଡା ୧୫|୯: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଚଣ୍ଡିଆଗଡି ଗାଁରେ ହତ୍ୟାକାଣ୍ଡ । ଘରୁ ଡାକିନେଇ ଯୁବକଙ୍କୁ ହତ୍ୟା କରାଯାଇଛି । ମୃତକ ହେଉଛନ୍ତି ତାପସ ମଳିକ । ଗତକାଲି ତାପସ ଘରେ ଟିଭି ଦେଖୁଥିଲେ । ରାଉତା ଗାଁର କ୍ଷୀରୋଦ ଦାସ ତାପସଙ୍କୁ ଘରୁ ଡାକିନେଇଥିଲେ । ପରେ ରାତି ପ୍ରାୟ ୧୦ଟା ସମୟରେ ତାପସଙ୍କ କ୍ଷତ ବିକ୍ଷତ ମୃତଦେହ ସ୍ଥାନୀୟ ମଶାଣିର ଏକ ପରିତ୍ୟକ୍ତ ସ୍ଥାନରେ ପଡିଥିଲା । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ତାପସଙ୍କ ପରିବାରକୁ ଖବର ଦେଇଥିଲେ । ତାପସଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୂର୍ବରୁ ୨ ଜଣଙ୍କ ମଧ୍ୟରେ ଅଟୋ ବେପାରକୁ ନେଇ ଝଗଡା ହେଉଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାପସଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ସେପଟେ କ୍ଷୀରୋଦ ଆଜି ସକାଳେ ଆଳି ଥାନାରେ ଆତ୍ମସମର୍ପଣ କରିଛନ୍ତି । ତାଙ୍କ କହିବା କଥା ୨ ଜଣ ଅଟୋରେ ଯାଉଥିବାବେଳେ ଓଟୋ ଓଲଟି ପଡିବାରୁ ତାପସଙ୍କ ମୃତ୍ୟୁ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । । ପଟ୍ଟାମୁଣ୍ଡାଇ-ଚାନ୍ଦବାଲି ମୁଖ୍ୟରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.