ବଗିଚାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Published By : Prameya-News7 Bureau | August 17, 2019 IST

କରଞ୍ଜିଆ ୧୭|୮: ବଗିଚାରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । କେନ୍ଦୁଝର ଜିଲ୍ଲା କରଞ୍ଜିଆ ଥାନା ବଳା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ।

{"id":145169}

ସୂଚନାଯୋଗ୍ୟ ଯେ, କରଞ୍ଜିଆ ଥାନା ବଳା ଗ୍ରାମରେ ଖଗେଶ୍ବର ନାଏକଙ୍କ ମୃତଦେହ ସ୍ଥାନୀୟ ବଗିଚା ନିକଟରେ ପଡିଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଫଳରେ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଖଗେଶ୍ବରଙ୍କୁ କେହି ଦୁର୍ବୃତ୍ତ ହତ୍ୟାକରି ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.