ବିଲ ମଝିରୁ ଯୁବକଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | January 09, 2019 IST

ଗଞ୍ଜାମ ୯|୧: ବିଲ ମଝିରୁ ମୃତଦେହ ଉଦ୍ଧାର ହୋଇଛି । ପାଟପୁର ଗାଁ ରେଡିସାହିରେ ଅଭାବନୀୟ ଘଟଣା । ବିଲ ମଝିରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଏମ. ପ୍ରକାଶ ରେଡ୍ଡୀ ।

ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ପାଟପୁର ଗାଁ ରେଡିସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗତକାଲି ଅପରାହ୍ନରେ ଯୁବକ ଏମ. ପ୍ରକାଶ ରେଡ୍ଡୀ ଧାନ ଅମଳ ପାଇଁ ବିଲକୁ ଯାଇଥିଲେ । ହେଲେ ଆଉ ଘରକୁ ଫେରି ନଥିଲେ । ପରିବାରଲୋକେ ବହୁ ଖୋଜି ଖୋଜି ପରେ ଏକ ବିଲରେ ପ୍ରକାଶଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ତେବେ ତାଙ୍କ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.