ବ୍ରହ୍ମପୁର ଗୋପାଳପୁର ଥାନା ଅଞ୍ଚଳରୁ ଯୁବକଙ୍କ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ
8/10/2018 at 10:54 AM

ଗଞ୍ଜାମ ୮|୧୦: ବ୍ରହ୍ମପୁର ଗୋପାଳପୁର ଥାନା ନୂଆଗୋଳାବନ୍ଧ ପ୍ରାଥମିକ ବିଦ୍ୟାଳୟ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଗଳାକଟା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ କୈଳାସ ପ୍ରଧାନ । ଘର ନୟାଗଡ ଜିଲ୍ଲା ମାଛିପଦା ଗାଁରେ ବୋଲି ଜଣାପଡ଼ିଛି । ତେବେ କୈଳାସଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଗୋପାଳପୁର ପୋଲିସର ତଦନ୍ତ ଆରମ୍ଭ କରିଛି ।