Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଙ୍ଗୋପସାଗରରେ ଲଘୁଚାପ, ଆସନ୍ତା ୩୦ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା
  • ||
  • ମାଓ ସହିଦ ସପ୍ତାହରେ ଜାରି ଲାଗିଲା ପୋଷ୍ଟର, ଜାରି ହେଲା ଅଡିଓ ଟେପ୍
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୯ ଜଣଙ୍କ ଜୀବନ
  • ||
  • ସାମାନ୍ୟ ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୭୦୩ କରୋନା ପଜିଟିଭ୍
  • ||

ଯୁବକଙ୍କ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

15/12/2018 at 12:52 PM

ବୌଦ୍ଧ ୧୫|୧୨:  ବୌଦ୍ଧ ବାଉଁଶୁଣି ପେଟ୍ରୋଲ ଟାଙ୍କି ଛକ ନିକଟରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ମୃତଯୁବକ ହେଲେ ଗୁଡ଼ପଡା ଗାଁ ର ନରେଶ ଖଟୁଆ । ଗତକାଲି ନରେଶ ପେଟ୍ରୋଲ ଆଣିବାକୁ ଯାଇ ଆଉ ଘରକୁ ଫେରିନ ଥିଲା । ପରିବାର ଲୋକେ ବହୁ ଖୋଜା ଖୋଜି ପରେ ବାଉଁଶୁଣି ଥାନାରେ ଅଭିଯୋଗ କରିଥିଲେ । ସକାଳୁ ମୃତଦେହକୁ ଉଦ୍ଧାର କରିବା ସହିତ ତଦନ୍ତ କରୁଛି ବାଉଁଶୁଣି ପୋଲିସ । ତାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯାଗ କରିଛନ୍ତି । ହତ୍ୟାକାରୀକୁ ଗିରଫ ଦାବିରେ ୫୭ ଜାତୀୟ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ରାସ୍ତା ଅବରୋଧ ହେବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

   Related Posts