ରାଜଧାନୀରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
25/07/2019 at 8:09 AM

ଭୁବନେଶ୍ବର ୨୫|୭: ରାଜଧାନୀରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ବର ସ୍ଥିତ ଖଣ୍ଡଗିରି ଥାନାର କିଛି ଦୂରରୁ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତକର ପରିଚୟ ମିଳିନଥିବା ବେଳେ ତାଙ୍କ ବୟସ ପାଖାପାଖି ୨୮ ବର୍ଷ ବୋଲି ଜଣାପଡିଛି । ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ୪ରୁ ୫ ଦିନ ତଳୁ ମୃତଦେହ ଏଠାରେ ପକାଯାଇଥିବା ସନ୍ଦେହ କରାଯାଉଛି । ମୃତଦେହଟି ପଚି ଗନ୍ଧ ହେଉଛି । କେହି ଦୁର୍ବୃତ୍ତ ଯୁବକଙ୍କୁ ହତ୍ୟା କରି ଏଠାରେ ମୃତଦେହ ଆଣି ପକାଇଦେଇଥିବା ସନ୍ଦେହ କରାଯାଉଛି ।
Related Posts
ଝାରପଡା ଜେଲ୍ରେ କଏଦୀ ମୃତ, ୨୦୦୮ମସିହାରୁ ଥିଲା ଜେଲ୍ରେ
16 January 2021