ଯୁବକଙ୍କୁ ପଥରରେ ଛେଚି ହତ୍ୟା ; ପରିତ୍ୟକ୍ତ ସ୍ଥାନରୁ ମିଳିଲା ମୃତଦେହ

Published By : Prameya-News7 Bureau | January 11, 2019 IST

ଭବାନୀପାଟଣା ୧୧|୧: ଯୁବକଙ୍କୁ ପଥରରେ ଛେଚି ହତ୍ୟା । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ହିଲ୍ ଟାଉନ୍ ୭ ନମ୍ବର ଲେନରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ଅର୍କାବାହାଲି ପଡାର ୨୨ ବର୍ଷୀୟ ଅଜୟ ସୁନାନୀ ।

ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଅର୍କାବାହାଲିପଡାର ଅଜୟ ସୁନାନୀ ଏକ କୋରିୟର ସଂସ୍ଥାରେ କାମ କରୁଥିଲେ । ସେ ଗତକାଲି କୋରିୟର ବାଣ୍ଟିବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ । ଆଜି ସକାଳୁ ତାଙ୍କ ମୃତଦେହ ଭବାନୀପାଟଣା ହିଲ୍ ଟାଉନ୍ ୭ ନମ୍ବର ଲେନରୁ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ତାଙ୍କ ସାଙ୍ଗରେ ଥିବା ଅନ୍ୟ ଜଣକୁ ପୋଲିସ ଅଟକ ରଖି ତଦନ୍ତି ଜାରି ରଖିଛି । ମୃତକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ମୃତଦେହକୁ ପରିତ୍ୟକ୍ତ ସ୍ଥାନରେ ଫିଙ୍ଗି ଦିଆଯାଇଛି । ତେବେ ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.