ଯୁବକଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
22/06/2019 at 1:29 PM

ବରଗଡ ୨୨|୬: ଯୁବକଙ୍କ ଗୁଳି ବିଦ୍ଧ ମୃତଦେହ ଉଦ୍ଧାର । ବରଗଡ ଆମ୍ବାଭୋନା ଥାନା କଲମୀ ଗାଁର ଘଟଣା । ମୃତକ ଅମ୍ବାଭୋନା ଅଞ୍ଚଳର ରାକେଶ ବେହେରା । ସେ କଲମୀ ସ୍ଥିତ ମାମୁଁ ଘରକୁ ଯାଇଥିବାବେଳେ ଅଘଟଣ ହୋଇଛି । ବିଳମ୍ବିତ ରାତିରେ ତାଙ୍କ ମୃତଦେହ ମାମୁଁ ଘର ଅଗଣାରେ ପଡିଥିଲା । ତାଙ୍କ ମୁଣ୍ଡରେ ଗୁଳି ବାଜିଥିବା ବେଳେ ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନି । ଘଟଣାସ୍ଥଳରୁ ଗୁଳି ଓ ଖୋକା ଜବତ କରିଛି ପୋଲିସ । ରାକେଶଙ୍କ ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି । ସେ ଏବେ ଡ୍ରାଇଭର ଭାବେ କାମ କରୁଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛି ।