ଯୁବକଙ୍କୁ ପଥରରେ ଛେଚି ହତ୍ୟା ; ପାହାଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

Published By : Prameya-News7 Bureau | January 19, 2019 IST

ଆସିକା ୧୯|୧: ଗଞ୍ଜାମ ଜିଲ୍ଲା ଆସିକା ମାଗୁରା ପାହାଡରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର । ପଥରରେର ଛେଚି ଯୁବକଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ ରବିନ୍ଦ୍ର କୁମାର ନାୟକ । ଘଟଣାସ୍ଥଳରେ ଆସିକା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

{"id":75599}

ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ଆସିକା ମାଗୁରା ପାହାଡରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟଲୋକ ଯୁବକଙ୍କୁ ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ମୃତଦେହ ନିକଟରେ ତାଙ୍କ ବାଇକ୍ ମଧ୍ୟ ପଡିରହିଛି । ତେବେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ମୃତ ଯୁବକ ହେଲେ ରବିନ୍ଦ୍ର କୁମାର ନାୟକ । ତେବେ ତାଙ୍କୁ କୌଣସି କାରଣ ପାଇଁ ହତ୍ୟା କରାଯାଇଛି ତାହା ଜଣାପଡିନାହିଁ । ଘଟଣାସ୍ଥଳରେ ଆସିକା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.