ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Published By : Prameya-News7 Bureau | May 29, 2019 IST

ଆନନ୍ଦପୁର ୨୯|୫: ଆନନ୍ଦପୁର ଉପଖଣ୍ଡ ସୋସ ଥାନା ଅନ୍ତର୍ଗତ ଝଣଝଣା ଗାଁ ନିକଟରୁ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ସ୍ଥାନୀୟ ବରାଙ୍ଗ ଗାଁର ଦୀପକ ଜେନା । ଆଜି ଦିନ ୧୧ଟା ସମୟରେ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ପରିପାର୍ଶ୍ବିକ ପରିସ୍ଥିତିକୁ ନେଇ ପରିବାର ପକ୍ଷରୁ ହତ୍ୟା ସନ୍ଦେହ କରାଯାଉଛି । ତେବେ କିଏ ଓ କାହିଁକି ହତ୍ୟା କଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ପରିବାର ପକ୍ଷରୁ ମିଳିପାରି ନାହିଁ । ପୋଲିସ, ସାଇଣ୍ଟିଫିକ୍ ଟିମ୍ ର ସହାୟତାରେ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.