ଯୁବକଙ୍କୁ ପଥରରେ ଛେଚି ହତ୍ୟା ; କୂଅରୁ ମିଳିଲା ମୃତଦେହ

Published By : Prameya-News7 Bureau | January 02, 2019 IST

ଭଞ୍ଜନଗର ୦୨|୦୧: ଆଦିବାସୀ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୋରଡା ଥାନା ସାନଗୋଚ୍ଛା ଛକରେ ଘଟିଛି ହତ୍ୟାକାଣ୍ଡ । ହତ୍ୟା କରିବା ପରେ ଯୁବକଙ୍କ ମୃତଦେହ କୂଅରେ ଫିଙ୍ଗିଦେଇଛନ୍ତି ଦୁର୍ବୃତ୍ତ । ମୃତକ ହେଲେ ଡି.ବାଲାପଙ୍କା ଗାଁର ବେଣୁଧର ମଳିକ । ସାମାନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଗତକାଲି ରାତିରେ ଘରକୁ ଫେରୁଥିବା ବେଳେ ହତ୍ୟାକାଣ୍ଡ ହୋଇଛି । ଘଟଣାସ୍ଥଳରେ ସୋରଡା ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.